ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇସାଙ୍ଗଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇସାଙ୍ଗଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍‌ ପ୍ରଧାନ ବୋଲି ଜଣାପଡ଼ିଛି।

Advertisment

VSSUT First Year Student Drowns In Mahanadi Siphon Ommcom News

ସୂଚନାଯୋଗ୍ୟ, ଆଜି ନକୁଳ ପ୍ରଧାନଙ୍କ ପୁଅ ଆଶିଷ ପ୍ରଧାନ ଓ ଶରତ ପ୍ରଧାନଙ୍କ ପୁଅ ତୋଫାନ୍‌ ଦୁଇସାଙ୍ଗ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତା ହେତୁ ଆଶିଷର ଗୋଡ଼ ଖସି ଯାଇଥିଲା । ଆଉ ସେ ଗଭୀର ପାଣି ଭିତରକୁ ଚାଲି ଯାଇଥିଲା। ସାଙ୍ଗକୁ ବୁଡ଼ି ଯାଉଥିବା ଦେଖି ତୋଫାନ୍‌ ବଞ୍ଚାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ସେହି ସମୟରେ ନଦୀରେ ସ୍ରୋତ ଅଧିକ ଥିବା ହେତୁ ଦୁର୍ଭାଗ୍ୟବଶତଃ ଦୁଇସାଙ୍ଗ ସେଇ ସ୍ରୋତରେ ଭାସି ଯାଇଥିଲେ।

publive-image

ଏହି ଅଘଟଣ ସମ୍ପର୍କରେ ଖବର ପାଇ ଗ୍ରାମବାସୀ ନଦୀ ପାଖରେ ପହଞ୍ଚିବା ସହ ଅଗ୍ନିଶମ ବିଭାଗଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହାନଦୀରୁ ଦୁଇସାଙ୍ଗଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଗ୍ରାମବାସୀ ଦୁଇସାଙ୍ଗଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ଆଶିଷ ଓ ତୋଫାନ୍‌ଙ୍କୁୁ ମୃତ ବୋଲି ଘୋଷଣା କରିଥିଲେ। ଦୁଇସାଙ୍ଗଙ୍କ ଏକାଠି ମୃତ୍ୟୁ ଖବର ପାଇବା ପରେ ଆଶିଷ ଓ ତୋଫାନ୍‌ଙ୍କ ପରିବାରରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିବା ବେଳେ ଗ୍ରାମରେ ଶୋକରଛାୟା ଖେଳି ଯାଇଛି।