କଟକରୁ ପୁଣି ଜବତ ହେଲା ବ୍ରାଉନସୁଗାର, ଦୁଇ ବେପାରୀ ଗିରଫ

କଟକ/ଜଗତପୁର: କଟକରେ ପୁଣି ଧଳାଜହର କାରବାରର ପର୍ଦ୍ଦାଫାଶ ହୋଇଛି । କଟକରୁ ବ୍ରାଉନ ସୁଗାର ଜବତ କରିଛି କଟକ କମିଶନରେଟ ପୋଲିସ । ୨୭୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି l ଏହାସହ ଦୁଇ ଜଣ ବୋପାରୀଙ୍କୁ ଗିରଫ କରିଛି ପୋଲିସ ।ସୂଚନାଯୋଗ୍ୟ ଯେ, ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ଜଣେ ଅଭିଯୁକ୍ତର ଚା’ ଦୋକାନ ନିକଟରେ ବ୍ରାଉନସୁଗାର ବେପାର ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ୨୭୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ସୁଧୀର କୁମାର ମହାନ୍ତି ଓ ବିକ୍ରମ ସାମଲ । ସେମାନେ ଆଗରୁ ମଧ୍ୟ ଏହି ବେପାରରେ ସଂପୃକ୍ତ ଥିଲେ ।ଜଗତପୁର ଥାନାରେ ଏମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗିରଫ ସୁଧରୀ ନାଁରେ ଆଗରୁ ନିଶା କାରବାର ନେଇ ମାମଲା ରହିଛି । ତେବେ ଅଭିଯୁକ୍ତ ଦୁଇ ଜଣ ବିଭିନ୍ନ ଜିଲ୍ଲାରୁ ଧଳା ଜହର ଆଣି ବିକ୍ରି କରୁଥିବା ପୋଲିସ ତଦନ୍ତରୁ ସୂଚନା ମିଳିଥିଲା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ।

ସମ୍ବନ୍ଧିତ ଖବର