ରାଉରକେଲା: କ୍ବାକ ଠାରୁ ଔଷଧ ଖାଇବା ପରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହେବା ଓ ଅନ୍ୟ ଜଣେ ଶିଶୁ ଓ ମା ଅସୁସ୍ଥ ହେବା ଘଟଣାର ସ୍ଵାସ୍ଥ୍ୟ ବିଭାଗ, ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଲହୁଣୀପଡ଼ା ଥାନା ପୁଲିସ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଛି।
ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦମାଳୁ ଗ୍ରାମରେ ଏଡିଏମଙ୍କ ନେତୃତ୍ବରେ ଏକ ମେଡିକାଲ ଟିମ ଗ୍ରାମରେ ପହଞ୍ଚିଛନ୍ତି। ସାତଦିନ ଧରି ଗ୍ରାମରେ ରହି ଗ୍ରାମବାସୀଙ୍କ ରକ୍ତପରୀଷା, ଡେଙ୍ଗୁ, କୋଭିଡ ଓ ମ୍ୟାଲେରିଆ ପରୀଷା କରିବେ। ଔଷଧ ଦେଇଥିବା କ୍ବାକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/post_attachments/wp-content/uploads/2021/09/images-4.jpg)
ସୂଚନାଯୋଗ୍ୟ, ଅଜଣା ଜ୍ବରରେ ଗୋଟିଏ ପରିବାରର ୪ ଜଣ ଆକ୍ରାନ୍ତ ହୋଇ ଗୁଣି ଗାରେଡ଼ିର ଆଶ୍ରୟ ନେବା ସହ ଜଣେ କ୍ଵାକଙ୍କ ନିକଟରୁ ଔଷଧ ଖାଇଥିବା ଅଭିଯୋଗ ହୋଇଛି। ଅସୁସ୍ଥ ମା ଓ ଦୁଇ ବର୍ଷର ଶିଶୁପୁତ୍ରକୁ ଚିକିତ୍ସିତ କରାଯାଉଛି। ଶିଶୁ କନ୍ୟା ଆଶ୍ରିତା ତୁରୀଙ୍କ ମୃତଦେହ ଆଜି ବ୍ୟବଚ୍ଛେଦ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Two-Children-Dies-by-Taking-Medicine-From-Quak_Thumbnail.jpg)