ବାଲେଶ୍ୱର: ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟା ମୃତ

ବାଲେଶ୍ୱର: ବାଲେଶ୍ୱର ରେମୁଣା ଥାନା ଚକୁଳିଆ ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ବୁଡି ଦୁଇଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଦୁଇଜଣ ଶିଶୁ ସାଙ୍ଗ ହୋଇ ଚକୁଳିଆ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ହଠାତ୍‌ ଜଣଙ୍କ ଗୋଡ ଖସି ଯାଇଥିଲା, ଅନ୍ୟ ଜଣେ ତାକୁ ବଞ୍ଚାଇବାକୁ ଯାଇଥିବା ବେଳେ ଦୁହେଁ ପୋଖରୀରେ ବୁଡି ଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଦୁଇଜଣ ଶିଶୁ ପୋଖରୀରେ ବୁଡ଼ି ଯିବା ଖବର ପାଇବା ପରେ ଗ୍ରାମବାସୀ ଉଦ୍ଧାର କରିବା ଆରମ୍ଭ କରିଥିଲେ। ହେଲେ ସେତେବେଳକୁ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧିତ ଖବର