ରାୟଗଡ଼ା: ଗତକାଲି ସନ୍ଧ୍ୟାରେ ଗାଁ ପାଖରେ ଖେଳୁଥିବା ବେଳେ ଆକସ୍ମିକ ଭାବେ ଗାଧେଇବାକୁ ଯାଇ ନାଗାବଳୀ ନଦୀରେ ବୁଡ଼ି ଯାଇଥିବା ଦୁଇ ଜଣ ନାବଳକଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଗାଁରେ ପହଞ୍ଚି ଦୁଇ ନାବାଳଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପୁଷ୍କା ଗାଁର ୫ମ ଶ୍ରେଣୀରେ ପଢ଼ୁଥିବା ପଞ୍ଚୁ ନିମାକା(୧୨ ବର୍ଷ) ନିମାଇ ନିମାକ(୧୨ ବର୍ଷ) ନାମକ ଦୁଇଜଣ ନାବାଳକ ସନ୍ଧ୍ୟା ବେଳେ ଖେଳୁ ଖେଳୁ ଗାଁ ପାଖରେ ପ୍ରବାହିତ ନାଗାବଳୀ ନଦୀକୁ ଯାଉ ଗାଧୋଉଥିିବା ବେଳେ ବୁଡ଼ି ଯାଇଥିଲେ। ତେବେ ନାବାଳକ ଦ୍ୱୟ ନଦୀକୁ ଯାଇଥିବା କେହି ଦେଖି ନ ଥିବାରୁ ସେମାନେ ବୁଡ଼ି ଯାଇଥିବା ନେଇ କେହି ଜାଣି ପାରି ନ ଥିଲେ। ତେବେ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପିଲା ଦୁଇଜଣଙ୍କର କୌଣସି ସୂଚନା ନ ପାଇ ପରିବାର ଲୋକେ ଏନେଇ ଶେଷଖାଲ ଥାନାରେ ସୂଚନା ଦେଇଥିଲେ। ତେବେ ଆଜି ସକାଳୁ ନଦୀରେ ର ଦୁଇ ନାବାଳକଙ୍କ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଦୁଇଟିକୁ ଉଦ୍ଧାର କରିଥିଲେ। ତେବେ ଏ ସମ୍ପର୍କରେ ସୂଚନା ପାଇ ଶେଷଖାଲ ଥାନା ପୁଲିସ ପୁଷ୍କା ଗାଁରେ ପହଞ୍ଚି ମୃତଦେହ ଦୁଇଟିକୁ ପଞ୍ଚାନାମା କରି ବ୍ୟବଛେଦ ପାଇଁ ପଠାଇଛନ୍ତି।
ରାୟଗଡ଼ା: ନାଗାବଳୀ ନଦୀରେ ବୁଡ଼ି ୨ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/10/person-sinking-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)