ଜୟପୁର: ଗତ ଅକ୍ଟୋବର ୧୦ତାରିଖ ଦିନ ରାତିରେ ସ୍ଥାନୀୟ ଶୁଭମ୍ କଲ୍ୟାଣ ମଣ୍ଡପ ପରିସରରୁ ଗୋଟିଏ ଲାପଟପ୍ ଓ ଗୋଟିଏ ମୋବାଇଲ୍ ଫୋନ ଚୋରି ହୋଇଥିଲା। ଏନେଇ କଲ୍ୟାଣ ମଣ୍ଡପର ଜଗୁଆଳି ଶ୍ରୀଧର ନାୟକ ଜୟପୁର ଟାଉନଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଢ଼େପଗୁଡ଼ାର ରାଜେଶ ପାଇକ (୨୨) ଓ ପାରାବେଡ଼ା କିଆବନ୍ଧସାହିର ଟି. ଭାସ୍କର ଓରଫ ନନ୍ଦୁଙ୍କୁ ଗିରଫ କରିଛି।
Sambadଏହି ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଚୋରି ହୋଇଥିବା ଲାପଟପ ଓ ମୋବାଇଲ ଫୋନ ଉଦ୍ଧାର କରିଥିବା କହିଛନ୍ତି ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ। ଉଭୟ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରାଯାଇଛି ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଏଏସଆଇ ବିଜୟ କୁମାର ପଟ୍ଟନାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/jpr-laptop-1.jpg)