କୋରାପୁଟ: ହତ୍ୟା ଉଦ୍ୟମ ମାମଲାରେ ଦୁଇଜଣ ଦୋଷୀ ସାବ୍ୟସ୍ତ

କ‌ୋରାପୁଟ: କୋରାପୁଟ ସହକାରୀ ଦୌରା ଜଜ୍‌ ଏକ ମାମଲାର ବିଚାର କରି ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି ବିଚାରପତି ହୃଷିକେଶ ସାହୁ। ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୭, ୩୪୧ ଅନୁଯାୟୀ ଅଭିଯୁକ୍ତ ଦୀପାନ୍ତର ଚୌଧୁରୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୫୦୦ ଟଙ୍କା ଜୋରିମାନା ଅନୁଦେୟ ଆଉ ଦୁଇମାସ କାରାଦଣ୍ଡ ଏବଂ ଦଫା ୩୨୩ ଓ ୩୪୧ ଅନୁଯାୟୀ ଅଭିଯୁକ୍ତ ଚକିତ ଚୌଧୁରୀଙ୍କୁ ୨ ମାସ କାରାଦଣ୍ଡ ଏବଂ ୧୫୦୦ ଟଙ୍କା ଜୋରିମାନା ଅନୁଦେୟ ଅଧିକ ୧୫ ଦିନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୦୧୬ ମସିହା ମାର୍ଚ୍ଚ ୩ ତାରିଖ ଦିନ ଦାମନଯୋଡିର ଦିବାକର ଚୌଧୁରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଦିବାକର ଦାମନଯୋଡି ଥାନାରେ ଏତଲା ଦେଇଥିଲେ।

ଏତଲା ଅନୁଯାଇ ୩ ତାରିଖ ସନ୍ଧ୍ୟାରେ ଦୀପାନ୍ତର ଚୌଧୁରୀ ଦିବାକରଙ୍କୁ ଛୁରୀ ଭୂଷି ମାରିବାକୁ ଚେଷ୍ଟା କରିଥିବା ବେଳେ ଦିବାକର ରକ୍ତାକ୍ତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ, ପରେ ଚିକିତ୍ସା ପାଇଁ ଡାକ୍ତରଖାନା ଯିବା ସମୟରେ ରାସ୍ତାରେ ଦୀପାନ୍ତର ଓ ଚକିତ ପୁଣିଥରେ ଆକ୍ରମଣ କରି ମାଡ଼ ମାରିଥିଲେ ଏବଂ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ଦାମନଯୋଡି ଥାନାରେ ଦଫାଳ ୩୪୧/୨୯୪/୩୨୩/୩୫୪/୩୦୭/୫୦୬/୩୪  ଅନୁଯାଇ କେଶ ନମ୍ବର ୧୫ ରୁଜ୍ଜୁ ହୋଇଥିଲା। ସରକାରଙ୍କ ତରଫରୁ ମାମଲାଟିକୁ ଆଇନଜୀବୀ ବିଦ୍ୟାଧର ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର