ଦଲାଲଙ୍କ ପରେ ଏବେ କିରାଣୀଙ୍କ ପାଳି: ଆରଟିଓ କାର୍ଯ୍ୟାଳୟରୁ ୨ କିରାଣୀ ଗିରଫ

ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ବିଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଓ ମେଡିକାଲ ପରିସରରୁ ଶତାଧିକ ଦଲାଲ ଗିରଫ ହୋଇଛନ୍ତି। ପୁଲିସ ଏବେ ଦଲାଲଙ୍କୁ ସହଯୋଗ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଟାର୍ଗେଟ କରୁଛି। ଦଲାଲଙ୍କ ଲିଙ୍କରେ କାମ କରୁଥିବା ଅଭିଯୋଗରେ ଶନିବାର ରାୟଗଡ଼ା ଟାଉନ୍‌ ଥାନା ପୁଲିସ ୨ ଜଣ କିରାଣୀଙ୍କୁ ଗିରଫ କରିଛି। ଗିରଫ କିରାଣୀମାନେ ହେଲେ ଜିତେନ୍ଦ୍ର ଧର ଓ ଦେବେନ୍ଦ୍ର ମଙ୍ଗରାଜ।

ସୂଚନାଯୋଗ୍ୟ ରାୟଗଡ଼ା ଟାଉନ ଥାନା ପୁଲିସ ଶୁକ୍ରବାର ଆରଟିଓ କାର୍ଯ୍ୟାଳୟରୁ ୮ ଜଣ ଦଲାଲଙ୍କୁ ଗିରଫ କରିଥିଲା। ଗିରଫ ଦଲଲମାନେ ହେଲେ ନିଲୁ ମିଶ୍ର, ସୁରେଶ କୁମାର ନାୟକ, ନିରଞ୍ଜନ କୁମାର ରାଜୁ, ବାପି ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ଜ୍ୟୋତି ପ୍ରକାଶ ଚୌଧୁରୀ, ସୁନୀଲ କୁମାର ସାହୁ ଓ ମହମ୍ମଦ ଅବଦୁଲ ଇସମାଇଲ । ପୁଲିସ ୮ ଜଣ ଦଲାଲଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଥାନାରେ ପଚରାଉଚରା କରିଥିଲା। ପଚରାଉଚରା ବେଳେ ଆରଟିଓ କାର୍ଯ୍ୟାଳୟର କିରାଣୀ ଜିତେନ୍ଦ୍ର ଧର ଓ ଦେବେନ୍ଦ୍ର ମଙ୍ଗରାଜ ଦଲାଲମାନଙ୍କୁ ସହଯୋଗ କରୁଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର