୨ ଦିନ ପାଇଁ ସମ୍ବଲପୁର ଜିଲ୍ଲା ସଟଡାଉନ୍‌

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ୨ଦିନ ପାଇଁ ସଟ୍‌ଡାଉନ୍‌ ରହିବ ବୋଲି ଗୁରୁବାର ଜିଲ୍ଲାପାଳ ଶୁଭମ୍ ସାକସେନା ସୂଚନା ଦେଇଛନ୍ତି। ସ୍ଥାନୀୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୧୧ ଓ ୧୨ ତାରିଖ ଦୁଇଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ସଟଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଜିଲ୍ଲାର ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ମହାମାରୀ ଆଇନ୍‌ ୧୮୯୭ ତଥା ବିପର୍ଯ୍ୟୟ ପ୍ରବନ୍ଧନ ଆଇନ୍‌ ୨୦୦୯ ଅନୁଯାୟୀ ନିଜ ସ୍ୱତନ୍ତ୍ର କ୍ଷମତାର ଉପଯୋଗ କରି ଜିଲ୍ଲାପାଳ ଶୁଭମ୍‌ ସକସେନା ଉକ୍ତ ୨ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

Odisha's Sambalpur Ring Road named after Mahatma Gandhi- The New ...

ଉକ୍ତ ୨ ଦିନ ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ସେଥିରୁ ସମସ୍ତ ଡାକ୍ତରୀ ସଂସ୍ଥା ଯଥା ଡାକ୍ତରଖାନା, କ୍ଲିନିକ୍‌, ନର୍ସିଂହୋମ୍‌, ଔଷଧ ଦୋକାନ, ଆମ୍ବୁଲାନ୍‌ସ ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ କର୍ମଚାରୀଙ୍କୁ ବାଦ ଦିଆଯାଇଛି। ଏହାଛଡ଼ା ଜିଲ୍ଲା ଓ ମହାନଗର ନିଗମ (ଜରୁରୀ ସେବା), ପୁଲିସ୍‌, ଅଗ୍ନିଶମ ସେବା, ଜରୁରୀ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍‌ ସେବା, ପେଟ୍ରୋଲ୍‌ ପମ୍ପ, ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମ, ଜଳଯୋଗାଣ, ପରିମଳ, ସ୍ୱେରେଜ୍‌, ବିଦ୍ୟୁତ ସେବା କର୍ମଚାରୀଙ୍କୁ ମଧ୍ୟ ସଟ୍‌ଡାଉନ୍‌ କଟକଣାରୁ ବାଦ ଦିଆଯାଇଛି।

ସେହିପରି ମାଲ୍‌ ପରିବହନ କରୁଥିବା ଗାଡ଼ି (ଭର୍ତ୍ତି ହେଉ ବା ଖାଲି), ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟକୁ ବାଦ ଦିଆଯାଇଛି। ରାଜପଥରେ ଦୂରଗାମୀ ଯାନ ଓ ପରିବହନ, ବିବାହ, ଅନ୍ତିମ ସଂସ୍କାର, ଏଟିଏମ୍‌ ତଥା ଜରୁରୀ ଆର୍ଥିକ ସଂସ୍ଥାଗୁଡ଼ିକୁ ମଧ୍ୟ ସଟ୍‌ଡାଉନ୍‌ କଟକଣାରୁ ମୁକ୍ତ ରଖାଯାଇଛି। ଜାତୀୟ ରାଜପଥରେ ଥିବା ଢାବାରେ ପ୍ୟାକିଂ ସେବା, ଦୁଗ୍ଧ ବୁଥ, ଏଲ୍‌ପିଜି ବିତରଣ, ରନ୍ଧନ ଗ୍ୟାସ୍‌ ହୋମ୍‌ ଡେଲିଭେରି ଆଦିକୁ ମଧ୍ୟ କଟକଣାରୁ ବାଦ ଦିଆଯାଇଛି।

ଉକ୍ତ ଦିନ ଜିଲ୍ଲାରେ ବିନା ଜରୁରୀ କାର୍ଯ୍ୟରେ ସାଧାରଣ ଲୋକଙ୍କ ଘରୁ ବାହାରିବା ଓ ଅଣଜରୁରୀ ଦୋକାନ ବଜାର ଖୋଲିବା ଉପରେ କଟକଣା କଡ଼ାକଡ଼ି ଲାଗୁ ହେବ। ଉଲ୍ଲଂଘନକାରୀଙ୍କ ଉପରେ ଆଇନ୍‌ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦେଶରେ ଚେତାଇ ଦିଆଯାଇଛି।

Two-Day Shutdown In These Wards Of Odisha's Burla - ODISHA BYTES

ସମ୍ବଲପୁରରେ ମୋଟ ୧୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାବତ କରୋନାରେ ସଂକ୍ରମିତ ହୋଇ ୫୮ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ବେଳେ ଏବେ ବି ୫୦ଟି କରୋନା ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର