କଟକ: ସଙ୍କିର୍ତ୍ତନ ଯାତ୍ରୀଙ୍କ ଉପରେ ଚଢ଼ିଲା ବୋଲେରୋ, ୨ ମୃତ

ଟାଙ୍ଗୀ: ସଙ୍କିର୍ତ୍ତନ ଯାତ୍ରୀଙ୍କ ଉପରେ ବୋଲେରୋ ଚଢ଼ିଯିବାରୁ ରବିବାର ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ କଟକ ଜିଲ୍ଲାର ଟାଙ୍ଗୀ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଯାଜପୁର ଜିଲ୍ଲାର ଧନେଶ୍ୱର ଗାଁରୁ ପୁରୀ ଯିବା ବେଳେ ସଙ୍କିର୍ତ୍ତନ ଦଳ ଯାଉଥିଲେ। ସେମାନେ ପୁରୀରେ ରଥଯାତ୍ରାରେ ଅଂଶଗ୍ରହଣ କରିଥାନ୍ତେ ବୋଲି କୁହାଯାଉଛି।
ମୃତକ ମାନେ ହେଲେ ପାଣିକୋଇଲି ଅଂଚଳର ନରପଦା ଗାଁର ବ୍ରଜ ସାମଲ ଓ ଚୈତନ୍ୟ ମଲ୍ଲିକ ବୋଲି ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି। ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର