ଯୁଯୁମୁରା/ଗଦିଆ: କୂଅରେ ପଡ଼ି ଆଜି ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ୩ ବର୍ଷର ଶିଶୁ ମଧ୍ୟ ଅଛି। ଗୋଟିଏ ଘଟଣା ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଂଚଳରେ ଘଟିଛି। ଅନ୍ୟ ଘଟଣାଟି ଢେଙ୍କାନାଳ ଜିଲ୍ଲା ଗଦିଆ ଅଂଚଳରେ ଘଟିଥିବା ଜଣାଯାଇଛି।
ଖୁସିରେ ଖେଳୁଥିଲେ ଭାଇ ଭଉଣୀ। ଖେଳୁ ଖେଳୁ ଘଟିଥିଲା ଅଘଟଣ। କୂଅରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଗଲା। ୩ ବର୍ଷର ଭଉଣୀ ଆଗରେ ଚାଲିଗଲା କୁନି ଭାଇର ଜୀବନ। ଏପରି ଅଘଟଣ ଯୋଗୁଁ ଗୁରୁବାର ଅପରାହ୍ଣ ପ୍ରାୟ ୪ଟାରେ ଯୁଯୁମୁରା ଥାନା ବ୍ରାହ୍ମଣୀନାଲିରେ ଖେଳାଇ ଦେଇଛି ଗଭୀର ଶୋକର ପରିବେଶ। ମୃତ ଶିଶୁ ହେଲେ ଯୁଯୁମୁରା ପଞ୍ଚାୟତ ବ୍ରାହ୍ମଣୀନାଲି ଗାଁର ରାତ୍ର ମୁଣ୍ଡାଙ୍କ ପୁଅ ବିଶ୍ୱ ମୁଣ୍ଡା(୨)। ସୂଚନା ଅନୁଯାୟୀ, ଅପରାହ୍ଣରେ ଘରେ କେହି ନଥିଲେ। ଶିଶୁ ଦ୍ବୟଙ୍କ ବାପା, ମା’ଙ୍କ ସହିତ ଅନ୍ୟ ପରିବାର ଲୋକ ବିଲକୁ କାମ କରିବାକୁ ଯାଇଥିଲେ। ଘର ପାଖରେ ବଡ଼ ଭଉଣୀ(୩) ସହିତ ଖେଳୁଥିଲା ବିଶ୍ବ। ଖେଳୁ ଖେଳୁ ନିକଟରେ ଥିବା କୂଅ ନିକଟକୁ ଚାଲି ଆସିଥିଲା। ଅସାବଧାନତା ଯୋଗୁଁ ସେ କୂଅ ଭିତରକୁ ଖସି ପଡ଼ିଥିଲା। ଝିଅର ପାଟି ଶୁଣି ପଡ଼ିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି କୂଅରୁ ତାକୁ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବରପାଇ ଯୁଯୁମୁରା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ପକ୍ଷରୁ କହାଯାଇଛି।
ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଇନ୍ଦ୍ରମଣି ସାହୁ (୪୮) ବର୍ଷ ଆଜି ନିଜର ଖୋଲା କୂଅରେ ଅପରାହ୍ଣ ୨ଟାରେ ଘରକୁ ଉକ୍ତ କୂଅରୁ ପାଣି ନେବା ନିମନ୍ତେ ଏକ ଟୁଲୁ ପମ୍ପ ଲଗାଉଥିଲେ। ଏହି ସମୟରେ ପୂର୍ବରୁ ଉକ୍ତ କୂଅରେ ପଡ଼ିଥିବାସିମେଣ୍ଟ ଵିମ ଟି ହଟାତ ଭାଙ୍ଗି ଯିବା ଫଳରେ ସେ ଉକ୍ତ କୂଅରେ ଖସି ପଡ଼ିଥିଲେ। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ଓ ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ। ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/e3c98791-1387-476d-9ed6-8efdc9359120.jpg)