ବାଲିମେଳା ଜଳଭଣ୍ଡାରରେ ଡଂଗା ବୁଡି ଘଟଣା ଆଜି ୨ ନିଖୋଜଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ରହିଥିବା ବାଲିମେଳା ଜଳଭଣ୍ଡାରରେ ଗତ ଦୁଇ ଦିନ ତଳେ ଏକ ଦେଶୀ ଡଂଗା ଓଲଟି ପଡିବା ଫଲରେ ଜଣେ ଶିଶୁ ସହ ଦୁଇ ମହିଳା ନିଖୋଜ ଥିଲେ। ତେବେ ଗତକାଲି ବୁଦ୍ରି ମୁଦୁଲି ନାମକ ଜଣେ ବୃଦ୍ଧାଙ୍କୁ ଶବକୁ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ଉଦ୍ଧାର କରିଥିବା ବେଳେ ଆଜି ଆଉ ଦୁଇ ଶବକୁ ଉଦ୍ଧାର କରିଛି। ଏମାନେ ହେଲେ ଯମୁନା ଶିଶା ଏବଂ ତାଂକର ଏକ ବର୍ଷର ପୁଅ ଜଗା ଶିଶା।ପ୍ରକାଶ ଥାଉକି ଗତ ଦୁଇ ଦିନ ତଳେ ଚିତ୍ରକୋଣ୍ଡା ବ୍ଲକର ଓରାପଦର ଘାଟରୁ କୋରକୋଣ୍ଡା ବ୍ଲକରେ ବକୁଲି ଘାଟକୁ ଏକ ଦେଶୀ ଡଂଗା ଗତ ଦୁଇ ଦିନ ତଳେ ଅପରାହ୍ନ ସମୟରେ ବାହାରିଥିଲା।

Sambad

ଏହି ଦେଶୀ ଡଂଗାରେ ୧୧ ଜଣ ଯାତ୍ରୀ ବସିଥିଲେ। ତେବେ ଡଂଗା ଓଲଟି ପଡିବା ଫଲରେ ୮ ଜଣ କୌଣସି ପ୍ରକାରେ ପହଁରି ପହଁରି ନଦୀ କୂଳକୁ ଲାଗିଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଥିଲେ। ତେବେ କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ କୁମାର ମାଣ୍ଡାଙ୍ଗି, ଏସ୍ଡି‌ପିଓ ସୁନାରାମ ହେମରମ, ଓଆଇସି ଗିରିଶ ଚନ୍ଦ୍ର ମହାରଣା, ଆରଆଇ ବିଦୁପ୍ରଭା କଅଁର ସମେତ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ଉପସ୍ତିତ ରହି ଏହି ତିନି ଜଣଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର