ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଧାନ ବୋଝେଇ ଟ୍ରକ ଓ ବାଇକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଆରୋହୀଙ୍କୁ ଧାନ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ କେସିଙ୍ଗା ପୁଲିସ ପହଂଚି ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଧାନ ବୋଝେଇ ଟ୍ରକ୍ ଜବତ କରିଛି। ଏହି ଘଟଣାକୁ ନେଇ ପେଟ୍ରୋଲ ପମ୍ପ ନିକଟରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଯାତାୟତ ପ୍ରଭାବିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/78f5c6db-bee2-4cc8-a7c1-7670c8c69378.jpg)