ଟ୍ରକ୍ ପଛରେ ପିଟି ହେଲା ବାଇକ୍, ୨ ମୃତ

ରାୟଗଡ଼ା: ରାୟଗଡ଼ା-ବିଶାଖାପାଟଣା ରାସ୍ତାର ପିତାମହଲ ନିକଟରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାୟଗଡ଼ା ଜିଲ୍ଲା ରୟତ କଲୋନିର ଲଦ କୁଲେସିକା (୩୦) ଓ ଝୋଡ଼ିଆସାହିର ମୁନା ଝୋଡ଼ିଆ (୩୨) । ଆହତ ବିଜୟ ଜାନୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାୟଗଡ଼ା ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ମେଡ଼ିକାଲକୁ ଆଣିଛି।

ମିଳିଥିବା ସୂଚନା ମୁତାବକ, ଏକ ବାଇକରେ ୩ ଜଣ ରାୟଗଡ଼ାରୁ ଜେମାଦେଇପେଣ୍ଠ ଅଭିମୁଖେ ଯାଉଥିଲେ। ଏହି ସମୟରେ ପୂର୍ବରୁ ପିତାମହଲ ଢ଼ାବା ସମ୍ମୁଖରେ ପାର୍କିଂ ହୋଇଥିବା ଏକ ଆଳୁ ବୋଝେଇ ଟ୍ରକକୁ ବାଇକଟି ଧକ୍କା ଦେଇଥିଲା। ବାଇକର ଗତି ଅଧିକ ଥିବାରୁ ଟ୍ରକରେ ପିଟି ହେବା ପରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଜଣେ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆରୋହୀର ମେଡ଼ିକାଲରେ ମୃତ୍ୟୁ ହୋଇଛି। ସଂକଟାପନ୍ନ ଅବସ୍ଥାରେ ଅନ୍ୟ ଜଣେ ଆରୋହୀଙ୍କ ଚିକିତ୍ସା ଚାଲିଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଓ ଆହତଙ୍କ ପରିଚୟ ମିଳିପାରିନି। ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

 

ସମ୍ବନ୍ଧିତ ଖବର