କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ନଂ ଜାତୀୟ ରାଜପଥର ବୋରବାହାଲ ଗାଁ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୋରବାହାଲ ଗାଁର ବିଜୟ ପୁଟେଲ (୧୮) ଓ ଜିତେନ୍ଦ୍ର ପୁଟେଲ (୨୫)। ଦୁର୍ଘଟଣା ପରେ ଏହି ଘଟଣା ପାଇଁ ଦାୟୀ ଥିବା କାର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ମିଲିଥିବା ସୂଚନା ଅନୁସାରେ ଅନ୍ୟ ଦିନ ଭଳି ଆଜି ମଧ୍ୟ ଦୁଇ ସାଙ୍ଗ ସନ୍ଧ୍ୟାରେ ଚାଲିବାକୁ ଯାଇଥିଲେ। ଏହି ସମୟରେ ପଛ ପଟୁ ଏକ କାର ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ସ୍ଥାନୀୟ ଲୋକେ ଦୁର୍ଘଟଣା ସଂପର୍କରେ ବଙ୍ଗୋମୁଣ୍ଡା ଦମକଳ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ବିଜୟ ଓ ଜିତେନ୍ଦ୍ରଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dead-body-860x573.jpg)