ଧାନ ବୋଝେଇ ଟ୍ରକ୍‌ ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ ସମ୍ମୁଖରେ ଧାନ ବୋଝେଇ ଟ୍ରାକ୍ଟର ପଛପଟରେ ବାଇକ୍ ପିଟିହୋଇ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଗୋଲାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସମ୍ରତବସା ଗ୍ରାମର ସତ୍ୟ ମାଝୀ ଓ ଫୋଇରିପଣି ଗୋକୁଳ ମାଝୀ ଦୁଇ ଜଣ ବାଇକ୍‌ (ସିଜି୦୪ ଡିଡି-୮୭୧୬)ରେ ଧର୍ମଗଡ ଅଭିମୁଖେ ଯିବା ସମୟରେ ଖଲିଆକାନି ପଞ୍ଚାୟତ ସମ୍ମୁଖରେ ଥିବା ଟ୍ରାକ୍ଟର (ଓଡି୦୮-୨୯୭୨)କୁ ପଛପଟେ ପିଟିହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ଗୋଲାମୁଣ୍ଡା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର