ଘାଟିରୁ ତଳକୁ ଖସିଲା ବାଇକ୍‌, ୨ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ମାଳପତି ନିକଟ ମାଝିପଡ଼ା ଘାଟିରେ ଏକ ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ୩ ଜଣ ଯୁବକ ଏକ ବାଇକ୍‌ରେ ଫିରିଙ୍ଗିଆ କାଶିନିପଦର ଅଭିମୁଖେ ଯାଉଥିବା ବେଳେ ମାଝିପଡ଼ା ଘାଟିରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍‌ ଭାରସାମ୍ୟ ହରାଇ ମାଝିପଡ଼ା ଘାଟିରୁ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ପ୍ରାଣହାନି ଘଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତ ଯୁବକ ୩ ଜଣଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ୨ ଜଣଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର