ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକଲୋଇ ଥାନା ଅନ୍ତର୍ଗତ ଠେଲକଲୋଇଠାରେ ଏକ କୋଇଲା ବୋଝେଇ ଟ୍ରକ୍କୁ ପଛ ପଟୁ ଧକ୍କା ଦେବାରୁ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଯଣାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରେ ସମ୍ବଲପୁର ଜିଲ୍ଲା ମୁରା ଗ୍ରାମର ଟୁନା ସାହୁ, ଜୟରାମ ପଧାନ ଓ ଇନ୍ଦ୍ରାଣୀ ପାତ୍ର ଏକ ବାଇକ୍ (ଓଡି-୨୩ଏଲ୍-୫୦୬୫)ରେ ହିର୍ମାରେ ବୁଧବାର ହେବାକୁ ଥିବା ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଯାଉଥିଲେ। ସମ୍ବଲପୁର- ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେ ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରଲର (ଓଡି-୨୩ଆର୍-୨୨୭୨)କୁ ବାଇକ୍ଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଟୁନା ଓ ଜୟରାମଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଇନ୍ଦ୍ରାଣୀଙ୍କୁ ବୁର୍ଲା ଡାକ୍ତରଖାନା ପଠାଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
କୋଇଲା ବୋଝେଇ ଗାଡ଼ିକୁ ଧକ୍କା ଦେଇ ୨ ମୃତ
/sambad/media/post_attachments/wp-content/uploads/2021/08/dead.jpg)