ମାଲକାନଗିରିରେ ବଜ୍ରାଘାତ: ୨ ମୃତ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତାଣ୍ଡକି ପଂଚାୟତର ଦାମାଗୁଡା ଏବଂ ପେଦୱାଡା ପଂଚାୟତର ବାହାଲଗୁଡା ଗ୍ରାମର ଗ୍ରାମରେ ଆଜି ସନ୍ଧ୍ୟାରେ ବଜ୍ରାଘାତ ହୋଇଛି। ଏଥିରେ ୨ ଜଣକର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।

ଘଟଣା ଅନୁଯାଇ ଦାମାଗୁଡା ଗ୍ରାମର ମିଥୁନ ଧୁରୁଆ ଏବଂ ସପନ ବରାଇ ନିଜ ଜମିରେ କାମ କରୁଥିବା ବେଳେ ହଠାତ ବିଜୁଳି ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା। ଏଥିସହ ଏହି ଦୁହିଁଙ୍କ ଉପରେ ବଜ୍ରାଘାତ ହୋଇଥିଲା। ଫଳରେ ମିଥୁନ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ସପନ ଗୁରୁତର ଆହତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି ବହଲଗୁଡା ଗ୍ରାମର ସବିତା ମତେମ ଏବଂ ସନା କୁଟିଆ ଗାଈ ଚରାଇବାକୁ ଯାଇଥିବା ସମୟରେ ବଜ୍ରାଘାତର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସବିତାର ମୃତ୍ୟୁ ହୋଇଥିବା ବେଳେ ସନା ଗୁରୁତର ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର