ନବରଙ୍ଗପୁର: ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ

ନବରଙ୍ଗପୁର: ବଜ୍ରାଘାତରେ ରବିବାର ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ନନ୍ଦାହାଣ୍ଡି ବ୍ଲକର ନୂଆଗୁଡା ଗାଁରେ ବଜ୍ରାଘାତରେ ବିଷ୍ଣୁ ଅମାନାତ୍ୟ (୨୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ୨ୟ ଘଟଣା ଘଟିଛି ଡାବୁଗାଁ ଥାନା ଅର୍ନ୍ତଗତ କାରାଗାଁ ଗ୍ରାମରେ। କାରାଗାଁ ଗ୍ରାମର ଅସ୍ତୁ ଭତ୍ରା(୨୦) ନିକଟରେ ଥିବା ଏକ ନଇରେ ଗୋରୁ ଚରାଉଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ହଠାତ୍‌ କାଳବୈଶାଖୀ ଯୋଗୁଁ ପବନ ବୋହିବା ସହ ବିଜୁଳି ମାରିଥିଲା।

ଅସ୍ତୁ ବର୍ଷାକୁ ଦେଖି ନିକଟସ୍ଥ ଏକ ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିଲେ। ସେହି ସମୟରେ ବିଜୁଳି ମାରିବାରୁ ଆମ୍ବ ଗଛ ମୂଳେ ଆଶୟ ନେଇଥିବା ଅସ୍ତୁଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ବାସିନ୍ଦା ଏ ନେଇ ତାଙ୍କ ପରିବାରକୁ ଜଣାଇଥିଲେ। ସଂଧ୍ୟା ସମୟରେ ତାଙ୍କ ପରିବାର ବର୍ଗ ପକ୍ଷରୁ ଡାବୁଗାଁ ଥାନାରେ ଏକ ଏତଲା ଦେଇଛନ୍ତି। ଡାବୁଗାଁ ଥାନା ରେ କେସ ନଂ ୧୬/୧୯ ରେ ଏକ ମାମଲା ରୁଜୁ ହୋଇଛି। ଆସନ୍ତା କାଲି ସକାଳୁ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର