ରାଉରକେଲା: ପହିଲି ରଜରେ ଅଘଟଣ ଘଟିଛି। କାମ କରୁଥିବା ବେକେ ଚାଲି ଚାଲି ଯାଉଥିବା ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଛି। ବଜ୍ରପାତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ସୁନ୍ଦରଗଡ ଏକମାର ଭୀମ କେର୍କେଟା (୨୦) ଓ ଝାରଖଣ୍ଡ ସିମଡେଗା ଅମ୍ବାପାଣି ଗାଁର ବିନୀତ ଡୁଙ୍ଗ ଡୁଙ୍ଗ (୨୨)। କୁଆଁରମୁଣ୍ଡା ଖୁକୁଣ୍ଡବାହାଲ ନିକଟର ବ୍ରିଜ କାମ କରୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ବିନୀତ ଓ ଭୀମଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଶ୍ରମିକମାନେ ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଦୁଇ ମୃତ ଶ୍ରମିକଙ୍କ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp