ବାଲେଶ୍ୱର: ଚିଙ୍ଗୁଡ଼ିଘେରିକୁ ଯାଇଥିଲେ, ବଜ୍ରପାତରେ ୨ ଯୁବକ ମୃତ, ୩ ଗୁରୁତର

ବାଲେଶ୍ୱର: ବଜ୍ରପାତରେ ବୁଧବାର ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାର ସିଙ୍ଗଲା ଥାନା ଅନ୍ତର୍ଗତ ରାଣେଶ୍ୱରପୁର ଡିହଚକସର୍ଥା ଗାଁର ବାବୁରାମ ସିଂହ ଓ ବାସୁଦେବ ଜେନା ବଜ୍ରପାତର ଶିକାର ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଏମାନେ ସମସ୍ତେ ଚିଙ୍ଗୁଡ଼ି ଘେରିକୁ ମେସିନ ସଜାଡ଼ିବାକୁ ଯାଇଥିବା ବେଳେ ଅଚନାକ ବଜ୍ରପାତ ହୋଇଥିଲା। ବଜ୍ରପାତ ଦ୍ୱାରା ଆହତ ହେବା ପରେ ସମସ୍ତ ୫ ଜଣଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲରେ ବାବୁରାମ ଓ ବସୁଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର