ଯାଜପୁର: ରଥଟଣା ପୂର୍ବ ଅଘଟଣ, ୨ ମୃତ ଓ ୭ ଆହତ

ଯାଜପୁର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ପୂର୍ବରୁ ଗୁରୁବାର ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଯାଜପୁର ରୋଡର ନିକଟ କାଳିଆପାଣି ଠାରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଟାଟା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅନୁଷ୍ଠିତ ରଥଯାତ୍ରା ବେଳେ ରଥକୁ ସିଧା କରୁଥିବା ବେଳେ ବିଦ୍ୟୁତ୍‌ ତାର ଲାଗିବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭରତ ରାୟ ଓ ସୁଚିତ୍ର ଲେଙ୍କା। ଆହତମାନଙ୍କର ପରିଚୟ ମିଳି ନାହିଁ। ମୃତକ ମାନେ ଏହି ଅଂଚଳରେ ଚାକିରୀ କରୁଥିଲେ। ରଥଟଣା ପୂର୍ବରୁ ବିଦ୍ୟୁତ୍‌ ତାରକୁ ଠିକ୍‌ କରାଯାଉଥିବା ବେଳେ କରେଣ୍ଟ ଲାଗିଥିଲା। ଆହତମାନଙ୍କୁ ଟାଟା ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ପରେ ଚାପା ଉତ୍ତେଜନା ଦେଖାଯାଇଛି। ପୁଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର