ଜଗତସିଂହପୁର: ବାଇକ୍‌ରୁ ଖସିପଡ଼ି ୨ ମୃତ

ଜଗତସିଂହପୁର: ଏରସମାର ଥାନା ଅନ୍ତର୍ଗତ ପଲ୍ଲୀକଣ୍ଟା ନିକଟରେ ବାଇକ୍‌ରୁ ଖସିପଡ଼ିବାରୁ ୨ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଭିତର ଅନ୍ଧାରୀ ଗ୍ରାମର ଲଲାଟେନ୍ଦୁ ଲେଙ୍କା (୩୨) ଓ ହରିହର ଖଣ୍ଡୁଆଳ (୪୨) ଶୁକ୍ରବାର ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ଣରେ ଘରକୁ ଫେରୁଥିଲେ। ଦ୍ରୁତ ଗତିରେ ଆସୁଥିବା ବାଇକ ଆରୋହୀ ଦ୍ୱୟ ଫେରିବା ବାଟରେ ନିୟନ୍ତ୍ରଣ ହରାଇ ପଲ୍ଲୀକଣ୍ଟା ନିକଟରେ ଏକ ବିଦ୍ୟୁତ ଖୁଣ୍ଟକୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ୨ଟି ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର