ନୟାଗଡ଼: ବାଇକ୍‌ରେ ଘରକୁ ଫେରୁଥିଲେ ୨ ଭାଇ, ଟ୍ରକ୍‌ ଚାପିଦେବା ପରେ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକଙ୍କର ରାସ୍ତା ଅବରୋଧ

ନୟାଗଡ଼: ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଶନିବାର ୨ ଭାଇଙ୍କୁ ଟ୍ରକ୍‌ ପଛପଟରୁ ଚାପିଦେବା ପରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି। ଦୁଇ ଭାଇଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବୀ କରି ସ୍ଥାନୀୟ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହାନ ଅଟକି ରହିଛି।

ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ସୋରଡା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ୨ ଭାଇ ରମେଶ ନାୟକ ଓ ଗଣେଶ ନାୟକ ଆଜି ବାଇକରେ ଯାଉଥିଲେ। ଏହି ସମୟରେ ବାଇକ ଆରୋହୀ ୨ ଭାଇଙ୍କ ଉପରକୁ ପଛପଟରୁ ଏକ ଦ୍ରୁତଗାମୀ ଟ୍ରକ୍‌ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଭାଇଙ୍କର ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ହେଲେ ସୋରଡ଼ା ନିବାସୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇ ଜାତୀୟ ରାଜପଥ ଅବରୋଧ କରିଥିଲେ। ସେମାନେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବୀ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର