ବାଇକ୍‌ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ବନାଯୋଡ଼ି ନିକଟରେ ଆଜି ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଲାଗିଥିବା ଲୁହା ବ୍ୟାରିକେଡ୍‌ରେ ପିଟିହୋଇଯିବାରୁ ୨ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ୫ଟା ସମୟରେ ବଡ଼ବିଲ ଥାନା ଝଡ଼ାଗାଁ ଗ୍ରାମର ଶୁକନନ୍ଦ ନାଏକଙ୍କ ପୁଅ ଅକ୍ଷୟ ନାଏକ (୧୮) ଏବଂ ଆଉ ଜଣେ ଯୁବକ ଏକ ବାଇକ୍‌ରେ କେନ୍ଦୁଝର ଅଭିମୁଖେ ଆସୁଥିଲେ। ବନାଯୋଡି ନିକଟରେ ରାସ୍ତାର ବ୍ୟାରିିକେଡ୍‌ରେ ବାଇକ୍ଟି‌ ବାଡ଼େଇ ହୋଇଯିବାରୁ ଦୁହେଁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମୁଣ୍ଡ, ଗୋଡ଼, ଛାତିରେ ଗଭୀର ଆଘାତ ଲାଗିଥିଲା। ଖବରପାଇ ବନାଯୋଡ଼ି ଟୋଲ୍‌ପ୍ଲାଜାର କର୍ମଚାରୀ ପହଞ୍ଚି ଆହତମାନଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସଦର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଦୁଇଟିକୁ ଜବତ କରିଛି । ଏପଟେ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଜଣେ ଯୁବକର ପରିଚୟ ମିଳିନାହିଁ।

ସମ୍ବନ୍ଧିତ ଖବର