ମାଲକାନଗିରି: ଜିଲ୍ଲା ସଦର ମହକୁମା ମାଲକାନଗିରି ଠାରୁ କାଲିମେଳା ରାସ୍ତାର ପଟେରୁ ନିକଟରେ ସୋମବାର ଅପରାହ୍ଣରେ ବଲେରୋ ଓ ବାଇକ ମଧ୍ୟରେ ମୁହାଁମୁହଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ବଲେରୋରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଲେଖାଯିବା ବେଳକୁ ସ୍ଥାନୀୟ ଲୋକେ ବଦଲୀ ଛକରେ ମାଲକାନଗିରି-କାଲିମେଳା ରାସ୍ତା ଅବରୋଧ କରିଛନ୍ତି। ସେମାନେ କ୍ଷତିପୂରଣ ଡ୍ରାଇଭରକୁ ଗିରଫ ଦାବି କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଉଦ୍ୟମ କରୁଛି।
ରିପୋର୍ଟ ଅନୁସାର ମାନସ ଦାସ ଏବଂ ସାମଲ ସେନ ନାମରେ ୨ ଜଣ ଯୁବକ ଆଜି ଅପରାହ୍ଣରେ ମାଲକାନଗିରିରୁ କାଲିମେଳା ଅଭିମୁଖେ ବାଇକରେ ଯାଉଥିଲେ। ପଟେରୁ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବଲେରୋ ବାଇକ ଆରେହୀ ୨ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।