ବାଲିଅନ୍ତା: ୩ ବର୍ଷ ଭିତରେ ଯକ୍ଷ୍ମାରୋଗରେ ୧୬୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅଧିକାରୀ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଯକ୍ଷ୍ମା (ଟିବି) ରୋଗ ନିରାକରଣ ଓ ସଚେତନତା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭୂତାଣୁ ଦ୍ବାରା ବ୍ୟାପୁଥିବା ଯକ୍ଷ୍ମା ରୋଗର ସଂକ୍ରମଣକୁ ସମୂଳ‌େ ବିନାଶ କରିବା ଲାଗି ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ ହିଁ ଏକମାତ୍ର ଉପାୟ ବୋଲି କୁହାଯାଇଥିଲା ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯକ୍ଷ୍ମା ନିରାକରଣ ପାଇଁ ଏହାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ଏକ୍ଷେତ୍ରରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ଶୀର୍ଷରେ ରହିଛି ।  ଜନ ସଚେତନତା କାର୍ଯ୍ୟକ୍ରମକୁ ସାର୍ବଜନୀନ କରିବା ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ଆଶାକର୍ମୀ, ଗ୍ରାମ୍ୟ କଲ୍ୟାଣ ସମିତି ସ୍ବାସ୍ଥ୍ୟ କାନ୍ଥ , ମାଇକ ଯୋଗେ ପ୍ରଚାର ଏବଂ ପାଲା ଦାଶକାଠିଆ ଭଳି ଲୋକ କଳା ପରିବେଷଣ ଭଳି ମାଧ୍ୟମର ମଧ୍ୟ ଆବାଶ୍ୟକତା ରହିଛି । ତେଣୁ ଏଣିକି ଆଶାକର୍ମୀମାନେ ଘରକୁ ଘର ଯାଇ ପରିବାର ଲୋକଙ୍କୁ ପଚାରି ଯକ୍ଷ୍ମା ଚିହ୍ନଟ କରିବା ସହ ଔଷଧପତ୍ର ବଣ୍ଟନ କରିବେ । ରୋଗ ଆରମ୍ଭରୁ ରୋଗୀ ଚିହ୍ନଟ ହୋଇପାରିଲେ  ସଫଳ ଚିକିତ୍ସା ସମ୍ଭବ ହୋଇପାରିବ । ଏହା ସତ୍ବେ ଗତ  ୨୦୧୮ ରୁ ୨୦୨୦ ଗତ ୩ବର୍ଷ ମଧ୍ୟରେ ଯକ୍ଷ୍ମାରେ ପୀଡ଼ିତ ହୋଇଥିବା ସମୁଦାୟ ୧୬୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ହାରିବ ଦେଶ ଜିତିବ ଆହ୍ବାନର ନାରା ସମସ୍ତଙ୍କ ପାଖରେ ପହଞ୍ଚାଇ ଆଗମୀ ୨୦୨୨ ସୁଦ୍ଧା ଦେଶକୁ ସଂପୂଣ୍ଣ ରୋଗମୁକ୍ତ କରିବା ଲକ୍ଷ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା ।  ସମ୍ମିଳନୀରେ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ , ପିଏଚଇଓ ସନ୍ତୋଷ କୁମାର ସେଠୀ , ବିପିଏମ ଅତସୀ ମହାନ୍ତିଙ୍କ ସମେତ ବ୍ଲକସ୍ତରୀୟ ସୁପରଭାଇଜର ବିଶ୍ବଜିତ ସ୍ବାଇଁ ତଥ୍ୟ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର