ବାଲେଶ୍ୱର: ଅଜଣାଗାଡ଼ି ଧକ୍କାରେ ୨ ମୃତ, ଜଣେ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନହରପାଟଣା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ୩ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତାହତମାନଙ୍କୁ ଉଦ୍ଧାର କରାଯାଇ ବରାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ସାଢ଼େ୬ଟା ବେଳେ ସଦର ଥାନା ଅନ୍ତଗତ କଲମା ଅଞ୍ଚଳର ୩ ଜଣ ଯୁବକ ଗୋଟିଏ ବାଇକ୍‌ରେ ଯାଉଥିବା ବେଳେ ସେମାନଙ୍କୁ ପଛପଟୁ ଏକ ଅଜଣା ଗାଡ଼ି ଧକ୍କାଦେଇ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଯୁବକ( ବୟସ ପ୍ରାୟ ୨୦ ବର୍ଷ ହେବ)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥଲେ। ଖବର ପାଇ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଆହତମାନଙ୍କ ମଧ୍ୟରୁ ପ୍ରଦୀପ୍ତ ମହାପାତ୍ର(୨୦ ବର୍ଷ)ଙ୍କର ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ସୁରେଶ ଦାସଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ମୃତ୍ୟୁବରଣ କରଥିବା ଯୁବକଙ୍କ ପରିଚୟ ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର