ବିଦ୍ୟୁତ ଆଘାତରେ ଦୁଇ ମୃତ

ବାଲେଶ୍ୱର: ବାଲେଶ୍ୱରର ଗାନ୍ଧିପୁର ଥାନା ଅନ୍ତର୍ଗତ ହିଡିଙ୍ଗା ଗ୍ରାମରେ ଶନିବାର ଦୁଇଜଣଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ସତ୍ୟନାରାୟଣ ଦାସ୍‌ (୪୩) ଓ ଅନ୍ୟ ଜଣକଙ୍କ ନାମ ପ୍ରଦୀପ କୁମାର ଜେନା (୨୪) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ହିଡିଙ୍ଗା ଗ୍ରାମରେ ବିଦ୍ୟୁତ ନଥିଲା। ଏଲଟି ଲାଇନ୍‌ ତାର ଉପରେ ଗଛ ଓ ବାଉଁଶ ପଡ଼ି ବିଦ୍ୟୁତ ସଂଯୋଗରେ ବାଧା ହୋଇଥିଲା। ତେଣୁ ଗ୍ରାମବାସୀ ଲାଇନ୍‌ମ୍ୟାନ୍‌ ସତ୍ୟନାରାୟଣ ଦାସଙ୍କୁ ଖବର ଦେଇଥିଲେ। ଲାଇନ୍‌ମ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ସଂଯୋଗ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ସମୟରେ ଗଛର ଡାଳ ୧୧କେଭି ବିଦ୍ୟୁତ ତାର ସହିତ ସଂଯୋଗ ହୋଇ ଯାଇଥିଲା। ଫଳରେ ଲାଇନ୍‌ମ୍ୟାନ୍‌ ସତ୍ୟନାରାୟଣ ଦାସ ଓ ପ୍ରଦୀପ କୁମାର ଜେନାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଦୁହିଁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଦୁହିଁଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର