ରିଆମାଳ: ପାଣିରେ ବୁଡି ଗଲା ଦୁଇ ଜଣଙ୍କ ଜୀବନ। ରିଆମାଳ ଥାନା କଂସର ଫାଣ୍ଡି ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ସୋମବାର ଅପରାହ୍ନ ୪ଟା ସମୟରେ ସଡୋ ପଞ୍ଚାୟତ ବେଲୁଆମ୍ ଗ୍ରାମର ସ୍ବର୍ଗତ କୁନୁ ମଲାରଙ୍କ ପୁଅ ସୁରେଶ ମଲାର (୪୦)ଙ୍କ ଶବକୁ ନିଜ ବାଡିରେ ଥିବା କୂଅରୁ ଦୁଇ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଘରୁ ପାଣି ଆଣିବାକୁ ଯାଇ ଫେରି ନଥିଲେ। ଫେରିବାରେ  ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରି ପାଇ ନଥିଲେ। ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ କୂଅରେ ଭାସୁଥିବା ଦେଖିଥିଲେ। କୂଅରୁ ଦଉଡି ଦ୍ବାରା ପାଣି କାଢୁ ଥିବା ସମୟରେ ଦଉଡି ଛିଡି ଯିବାରୁ ସେ କୂଅରେ ପଡି ଯାଇଥିଲେ। ପହଁରା ଜାଣି ନ ଥିବାରୁ ଜୀବନ ହାରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇ ଥିଲା। ଏକ ପାଣି ପମ୍ପ ସହାୟତାରେ କୂଅରୁ ପାଣି କାଢି ଉଦ୍ଧାର କରିଥିଲେ। ଖବର କଂସର ଫାଣ୍ଡି ପୁଲିସ ପହଞ୍ଚି ଶବ ଜବତ କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକ କୁନୁ ଦିନ ମଞ୍ଜୁରିଆ କାର୍ଯ୍ୟ କରି ପରିବାର ଚଳାଉ ଥିଲେ।
ପରିବାରରେ ସ୍ତ୍ରୀ ଓ ଗୋଟିଏ ୬ ବର୍ଷର ପୁଅ ଅଛି। କେମିତି ଚଳିବେ ଚିନ୍ତାରେ ଅଛନ୍ତି। ସେହିପରି ମଙ୍ଗଳବାର ତାଳକୁଣ୍ଡି ପଞ୍ଚାୟତ ଭାଲିଆଡିହି ଗ୍ରାମର ପ୍ରଦୀପ କୁମୁରା(୫୫) ଶବକୁ ଗ୍ରାମ ପୋଖରୀରୁ ଉଦ୍ଧାର କରାଯାଇଛି।୧୨ଟା ୩୦ ସମୟର ଘରୁ ଗାଧୋଇବାକୁ ଯାଇ ଫେରି ନ ଥିଲେ। ପରିବାର ଖୋଜାଖୋଜି କରି ପୋଖରୀରେ ଭାସୁ ଥିବା ଦେଖିଥିଲେ। ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେ ମଧ୍ୟ ଦିନ ମଞ୍ଜୁରିଆ କାର୍ଯ୍ୟ କରି ପରିବାର ଚଳାଉ ଥିଲେ। ସ୍ତ୍ରୀ ସମେତ ଦୁଇ ଝିଅ ଅଛନ୍ତି।ପ୍ରଦୀପଙ୍କ ଦେହାନ୍ତ ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଜିଲ୍ଲାରେ ଏହି ଦୁଇ ଘଟଣା ଏବେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ଫାଣ୍ଡି ଅଧିକାରୀ ସରୋଜ ପାଣି ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ପରିବାରକୁ ସରକାରଙ୍କ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Advertisment