ନୟାଗଡ଼:ଅଟୋ-କାର ଧକ୍କା, ୨ ମୃତ, ୪ ଗୁରୁତର

ନୟାଗଡ଼:ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲା ଥାନା ଅନ୍ତର୍ଗତ ଭୋଗଡ଼ା ନିକଟରେ ଅଟୋ- କାର ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ଗୁରୁତର ଭାବେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଦଶପଲା ଥାନା ତେଣ୍ଡାବଡ଼ି ଗ୍ରାମର ଟୁନି ବେହେରା(୪୫) ଓ ବିଶିକା ବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରଶ୍ମିତା ବେହେରା, ଉର୍ମିଳା ବେହେରା, ପାଲୁଣୀ ନାୟକ ଓ ଅଟୋ ଡ୍ରାଇଭର ଶବର ପ୍ରଧାନ ଗୁରୁତର ଭାବେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର