କଟକ: ଟ୍ରାକ୍ଟର ଓଲଟି ୨ ମୃତ

କଟକ: କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅନ୍ତର୍ଗତ କୁଳଶ୍ରୀ ଗାଁ ନିକଟରେ ଆଜି ସକାଳେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, କଟକ ଜିଲ୍ଲା କଣ୍ଟାପଡ଼ା ଥାନା ଅନ୍ତର୍ଗତ ଉତ୍ତାରଣ ଗାଁର କାଳିଆ ଭୋଇ (୨୦ ବର୍ଷ) ଓ ବିକାଶ ଭୋଇ (୧୯ ବର୍ଷ) ଏକ ଟ୍ରାକ୍ଟର ନେଇ ଇଟା ଆଣିବା ପାଇଁ କୁଳଶ୍ରୀ ଗାଁକୁ ଆସିଥିଲେ। କାଳିଆ ଡ୍ରାଇଭର ଭାବେ ଟ୍ରାକ୍ଟର ଚଳାଉଥିବା ବେଳେ ବିକାଶଏହି ଟ୍ରାକ୍ଟରର ହେଲପର ଥିଲା। ତେବେ ସେମାନେ ଦୃତଗତିରେ ଯାଉଥିିବା ବେଳେ କାଳିଆ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଉଭୟ ଡ୍ରାଇଭର ଓ ହେଲପ୍‌ରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର