ରାୟଗଡ଼ା: ଆଜି ସକାଳେ ରାୟଗଡ଼ା ଜିଲ୍ଲା ପିତାମହଲ ଛକ ନିକଟରେ ଦୃତଗତିରେ ବିଶାଖପୋଟଣାକୁ ଯାଉଥିିବା ଏକ ଟ୍ରକ ଏକ ଇଣ୍ଡିଗୋ କାରକୁ ଧକ୍କା ଦେବାରୁୁ ଘଟଣାସ୍ଥଳରେ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। କାରରେ ଚାପି ହୋଇରହିଥିବା ମୃତାହତମାନଙ୍କୁ ଗ୍ରାମାବସୀମାନେ କାରର ଡୋର ଭାଙ୍ଗ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Advertisment

publive-image
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଅମଲାପୁର ଅଞ୍ଚଳର ୩ ଜଣ ବ୍ୟକ୍ତି ଏକ ଇଣ୍ଡିଗୋ କାର ଯୋଗେ ରାୟଗଡ଼ା ଜିଲ୍ଲା ପିତାମହଲ ଛକଠାରୁ ୧ କିଲୋମିଟର ଦୂରରେ ଥିବା ମଝିଘରିଆଣି ମନ୍ଦିରକୁ ଦର୍ଶନ ପାଇଁ ଆସୁଥିଲେ। ଏହି ସମୟରେ ପିତାମହଲ ଛକ ନିକଟରେ ରାୟଗଡ଼ାରୁ ବିଶାଖାପାଟଣା ଯାଉଥିବା ଏକ ଟ୍ରକ ସେମାନଙ୍କୁ ସାମ୍‌ନା ପଟୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣଙ୍କୁ ଅତି ସଙ୍କଟାପନ୍ନ ଭାବେ ଗ୍ରାମବାସୀମାନେ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।