ନୟାଗଡ଼: ଆଳୁ ବୋଝେଇ ଟ୍ରକ ଓଲଟି ୨ ମୃତ

ନୟାଗଡ଼: ଆଜି ଭୋରରୁ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କାଚେରା ସାହି ନିକଟରେ ଏକ ଆଳୁ ବୋଝଇ ଟ୍ରକ୍‌ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଟୁକୁନା ସ୍ୱାଇଁ ଓ ବିଜୟ ପାତ୍ର। ଉଭୟ ଏହି ଆଳୁ ଗାଡ଼ିରେ ଲିଫ୍ଟ ମାଗି ଘରକୁ ଫେରୁଥିିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର