ରାୟଗଡ଼ା: ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଳା ଥିରୁବାଲି ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିକଟସ୍ଥ ଗ୍ରାମରୁ ଯାତ୍ରା ଦେଖି ଫେରୁଥିବା ବେଳେ ୩ ଜଣ ବାଇକ ଆରୋହୀଙ୍କ ସହିତ ଏକ ଇନୋଭା ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଗଣେ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟାର ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଏତେ ଯୋରରେ ହୋଇଥିଲା ଯେ ବାଇକ୍ଟିି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛ ିଓ ଇନୋଭା ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି। ଦୁର୍ଘଟଣା ପରେ ଇନୋଭା ଗାଡ଼ିରେ ଥିବା ଡ୍ରାଇଭର ଫେରାର ହୋଇ ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp