କେନ୍ଦୁଝର: ଟ୍ରକ୍‌ରୁ ପଛରୁ ପିଟିଲା କାର, ୨ ମୃତ

 

କେନ୍ଦୁଝର: ଆଜି ସକାଳ ୮ଟା ବେଳେ, କେନ୍ଦୁଝର- ଯୋଡ଼ା ରାସ୍ତାର କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ପୋଲ ଉପରେ ଏକ ଟ୍ରକ୍‌କୁ ପଛପଟୁ ଯାଇ ଏକ ହୁଣ୍ଡାଇ ଆଇଟେନ୍‌ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇଜଣ କାର ଆରୋହୀଙ୍କର ମୃତ୍ୟୁ ଘଟିିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିଚୟ ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ଲାଲ ରଙ୍ଗର  ହୁଣ୍ଡାଇ ଆଇଟେ୍‌ନ କାରରେ ଦୁଇଜଣ ବ୍ୟକ୍ତି କେନ୍ଦୁଝରରୁ ଯୋଡ଼ା ଆଡକୁ ଯାଉଥିଲେ। ବାଙ୍କମାରୁଣି ପୋଲ ଉପରେ ଏକ ୧୨ ଚକିଆ ଟ୍ରକ୍‌ ବେକ୍‌ ଡାଉନ୍‍ ହୋଇ ରହି ଯାଇଥିିଲା।  ଏହା ପଛରେ ଅତି ଦୃତଗତିରେ ଯାଇ କାରଟି ଧକ୍କା ଦେବା ସହିତ କାରର ଆଗ ଅଂଶ ସମ୍ପୂର୍ଣ୍ଣ ଟ୍ରକ୍‌ ଭିତରେ ପଶିଯାଇଥିଲା। ଫଳରେ କାରର ଆଗ ସିଟରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭିଂ କରୁଥିବା ବ୍ୟକ୍ତି ଉଭୟ କାର ମଧ୍ୟରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର