ବାରିପଦା: ବିଷାକ୍ତ ଛତୁ ଖାଇ ଦିଅର , ଭାଉଜ ମୃତ, ସ୍ୱାମୀ, ପୁଅ ଗୁରୁତର

 

ବାରିପଦା/ବେତନଟି: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ର ଫୁଲଝରି କଇଁଫୁଲିଆ ଗାଁରେ ବିଷାକ୍ତ ଛତୁ ଖାଇ ଦିଅର, ଭାଉଜଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଅସ୍‌ୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଫୁଲଝରି କଇଁଫୁଲିଆ ଗ୍ରାମର ଫୁଦନ ମାଝି( ୩୭ ବର୍ଷ) ଓ ତାଙ୍କ ଭାଉଜ ଲକ୍ଷ୍ମୀ ମାଝି(୩୫ ବର୍ଷ) ଗତକାଲି ରାତିରେ ଛତୁ ତରକାରି ଖାଇଥିଲେ। ଏହି ଦୁଇଜଣଙ୍କ ସହିତ ଲକ୍ଷ୍ମୀଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଏହି ଛତୁ ତରକାରି ଖାଇଥିଲେ। ଏହା ଖାଇବା ପରେ ଉଭୟ ଝାଡ଼ାବାନ୍ତିରେ ପଡ଼ିଥିଲେ। ଏପରିକି ସେମାନଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ଉଭୟ ଫୁଦନ ଓ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଛି। ପରେ ମୃତ ଲକ୍ଷ୍ମୀଙ୍କ ପୁଅ ଓ ସ୍ୱାମୀଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ଓ ପରେ ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗ୍ରାମକୁ ଯାଇ ପୁଲିସ ମୃତଦେହ ଜବତ କରିବା ସହିତ ବ୍ୟବଛଦ ପାଇଁ ପଠାଇଥିବା ବେଳେ ଏକ ଡାକ୍ତରୀ ଟିମ୍‌ ମଧ୍ୟ ଯାଇଛନ୍ତି।

ସମ୍ବନ୍ଧିତ ଖବର