କେନ୍ଦୁଝର: ଆଜି ସକାଳେ କେନ୍ଦଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ସିଦ୍ଧମଠ ନିକଟସ୍ଥ ବାଇପାସରେ ଏକ ଅକ୍ଟିଭା ଗାଡ଼ି ଟ୍ରକ ପଛରେ ପିଟି ହୋଇଯିବା ଫଳରେ ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଇପାସ ରାସ୍ତାକଡ଼ରେ ଏକ ଟ୍ରକ୍ ରଖାଯାଇଥିଲା।। ଏହି ସମୟରେ ନମ୍ବର ହୋଇ ନ ଥିବା ଏକ ନୂଆ ଆକ୍ଟିଭା ଗାଡ଼ିରେ ୩ ଜଣ ଯୁବକ ବସି ଯାଉଥିବା ବେଳେ କୁହୁଡ଼ି ଯୋଗୁଁ ଟ୍ରକ୍କୁ ଜାଣି ନ ପାରି ପଛ ପଟୁ ବାଡେଇ ହୋଇ ଟକ୍ ଭିତରେ ପଶିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଆକ୍ଟିଭା ଆରୋହୀ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତାହତମାନଙ୍କ ପରିଚୟ ଜଣା ପଡ଼ିନାହିଁ।