ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା; ୨ ମୃତ, ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ମାଥିଲି ବ୍ଲକର ନାୟକଗୁଡା ନିକଟରେ ମର୍ମ୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣା ଅନୁଯାୟୀ, ପାଖନାଗୁଡାରୁ ନାୟକଗୁଡା ଆସୁଥିବା ଏକ ବାଇକ ସମର୍ଥଗୁଡା ନିକଟରେ ଅପରପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଦୁଇଟି ଯାକ ବାଇକ ଛିଟିକି ପଡିଥିଲା।

ଏହି ବାଇକ ଦୁର୍ଘଟଣାରେ ମୁଦୁଲିଗୁଡାର ରାମ କୁଡୁକୁ ଏବଂ ପାଖନାଗୁଡାର ଗୌର ଭୁମିଆଙ୍କର ଘଟଣାସ୍ଥଲରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ନିର୍ମଳ ସରକାର ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ନିର୍ମଳ ସରକାରଙ୍କ ପ୍ରଥମେ ମାଥିଲି ମେଡିକାଲ ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର