ଭଦ୍ରକ: ପୋଖରୀରେ ବୁଡି ୨ ଛାତ୍ର ମୃତ

ଭଦ୍ରକ: ପୋଖରୀରେ ବୁଡି ଆଜି ଭଦ୍ରକ ଜିଲ୍ଲାର ସାହାଡା ପଞ୍ଚାୟତର ସମିଆ ଗ୍ରାମରେ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସୋମାନେ ହେଲେ ଦେବଦତ୍ତ ଧୂପାଳ (୯) ଓ ବିଶ୍ୱଜିତ ବେହେରା(୧୦) । ଉଭୟ ଛାତ୍ରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରେ ଦୁଇ ଛାତ୍ରଙ୍କର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା

ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ନିକଟସ୍ଥ ସାହାଡା ପଞ୍ଚାୟତର ସମିଆ ଗ୍ରାମର ରଂଜନ ଧୂପାଳଙ୍କ ପୁଅ ଦେବଦତ୍ତ ଧୂପାଳ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ମନ୍ଦାରୀ ଗ୍ରାମର ପାର୍ଥସାରଥୀ ବେହେରାଙ୍କ ପୁଅ ବିଶ୍ୱଜିତ ବେହେରା ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ଉଭୟ ଛାତ୍ର ସାହାଡାସ୍ଥିତ ଏଲଏନ ପବ୍ଲିକ ସ୍କୁଲରେ ପଢୁଥିବା ବେଳେ ଆଜି ଅପରାହ୍ନରେ ସାଙ୍ଗ ହୋଇ ଖେଳୁଥିଲେ। ଏମାନଙ୍କ ସହ ଆଉ କିଛି ସାଙ୍ଗ ମଧ୍ୟ ଘରପାଖ ଏକ ବିଲରେ ଖେଳୁଥିବା ବେଳେ ବିଲରେ ଥିବା ଏକ ଟ୍ୟୁବରେ ପଡି ଯାଇଥିଲେ।

ଯେତେ ଚେଷ୍ଟା କଲେ ମଧ୍ୟ ଦୁଇ ଛାତ୍ର ଆଉ ଟ୍ୟୁବରୁ ଆଡିକୁ ଉଠି ପାରିନଥିଲେ। ଏଭଳି ଘଟଣା ଘଟିବା ପରେ ଅନ୍ୟ କିଛି ସାଙ୍ଗ ଘଟଣା ସଂପର୍କରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକମାନେ ସେଠାରେ ପହଞ୍ଚି ଉଭୟ ଛାତ୍ରଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା। ଏଇ ଅଭାବନୀୟ ଘଟଣା ପାଇଁ ଭଦ୍ରକ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର