ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଚୂନା ହୋଇଗଲା ବାଇକ୍‌, ଦୁଇ ଇଞ୍ଜିନିୟରଙ୍କ ମୃତ୍ୟୁ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଧୀନ ବାସୁଦେବପୁର ଡାକ୍ତରଖାନା ନିକଟରେ ଟ୍ରକ୍‌ ଧକ୍କାରେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଦୁହେଁ ହେଲେ ଭୁବନେଶ୍ବରର ଆୟୁଷ କୁମାର ପାଲ (୨୬) ଓ ଯାଜପୁରର ସ୍ମୃତିରଂଜନ ସ୍ବାଇଁ (୨୨)। ଦୁହେଁ ଚମ୍ପୁଆ ବ୍ଲକ କୋଦଗାଡ଼ିଆଠାରେ ମେଗା ପାନୀୟଜଳ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ଦୁହେଁ ବାଇକ୍‌ରେ ଯୋଡ଼ାରୁ ଆସୁଥିବାବେଳେ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଜଣକର ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସରେ ନେଇ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ନାୟକ ପପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର