ଗୁଣି ଗାରେଡି ବିଦ୍ୟା ଶିଖିଲେନି ବୋଲି ଗାଁରୁ ବିଦା ହେଲେ ୨ ପରିବାର

ଗୋରୁମହିଷାଣୀ: ବିଜ୍ଞାନ ଯୁଗରେ ମଧ୍ୟ ଗାଁରୁ ବାସନ୍ଦ। ଗୁଣି ଗାରେଡି ଶିଖିବାକୁ ବାରଣ କରିବାରୁ ଦୁଇଟି ଆଦିବାସୀ ପରିବାରକୁ ଗାଁରୁ ବାସନ୍ଦ ହେବାକୁ ପଡିଛି। ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଭଗାବନ୍ଦୀ ଗ୍ରା.ପ. ସାନ ଡାଳିମା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଶାଙ୍ଖାର ବାସ୍କେ ଓ ଠୁମ୍ପୁ ସରେନଙ୍କୁ ଜଣେ ଗୁଣିଆ କଥାରେ ପଡି କିଛି ଗ୍ରାମବାସୀ ଗୁଣିଗାରେଡି ଶିଖିବାକୁ ବାଧ୍ୟ କରିଥିଲେ। ମାତ୍ର ଏପରି ଅନ୍ଧବିଶ୍ୱାସରେ ପଡ଼ିବାକୁ ସଫା ମନା କରି ଦେଇଥିଲେ।

ରାଇରଙ୍ଗପୁର ଜନମଙ୍ଗଳ ଅଧିକାରୀ ଦୁଇ ପରିବାରକୁ ନ୍ୟାୟ ଦେବେ ବୋଲି ରେଙ୍ଗାଳବେଡା ପଞ୍ଚାୟତ ଗୃହରେ ବସିଥିବା ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନ୍ୟାୟ ପାଇ ପାରି ନଥିଲେ ଦୁଇ ପରିବାର। ଶେଷରେ ଆଦିବାସୀ ସେଙ୍ଗଲ ଅଭିଯାନର କର୍ମକର୍ତ୍ତା ଦୁଇ ପରିବାରକୁ ନ୍ୟାୟ ଦେବା ପାଇଁ ରାଇରଙ୍ଗପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବହିଷ୍କାର ବାସନ୍ଦ ନାମରେ ଶୋଷଣ ଓ ଅତ୍ୟାଚାର ବନ୍ଦ କରିବା ଦାବିରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର