ବୌଦ୍ଧ:ସାଙ୍ଗ ହୋଇ ଭୋଜି ଭାତ କଲେ। ଭୋଜି ଭାତ ସରିଲା ପରେ ଦୁଇ ଜଣ ସାଙ୍ଗ ମିଳିତ ଭାବେ ଟାଙ୍ଗିଆରେ ହାଣି ଆଉ ଜଣେ ସାଙ୍ଗକୁ ବୀଭତ୍ସଭାବେ ହତ୍ୟା କଲେ। କେବଳ ସେତିକି ନୁହେଁ, ମୃତ ସାଙ୍ଗର ବାଇକଟିକୁ ମଧ୍ୟ ନିଆଁଁ ଲଗାଇ ପୋଡ଼ିଦେଲେ । ଏପରି ନୃଶଂସ କାର୍ଯ୍ୟ କରି ସାରିବା ପରେ ଅଭିଯୁକ୍ତ ମାନେ ଫେରାର ହୋଇଗଲେ। ଆଉ ଆଜି ସକାଳେ ଏହି ଘଟଣା ଜଣାପଡ଼ିବା ପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କେତେକ ଜମିବାଡ଼ିଜନିତ ପୂର୍ବ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କହୁଥିବା ବେଳେ ଆଉ କେତେକ ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା କରୁଛନ୍ତି। ଖବରପାଇ ବାଉଁସୁଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲିି ରାତିରେ ବାଉଁଶୁଣି ଥାନା ମଲ୍ଲିକପଡ଼ା ଗାଁର ମିକୁ ପ୍ରଧାନ(୨୪ ବର୍ଷ), ସୁଜିତ ପ୍ରଧାନ(୨୨ ବର୍ଷ) ଓ ଅଜିତ ପ୍ରଧାନ(୨୪ ବର୍ଷ) ମିଶି ଏକ ଭୋଜି କରିଥିଲେ। ଏହି ତିନିଜଣ ସାଙ୍ଗ ରାତିରେ ଭୋଜି ଖାଇସାରି ଗୋଟିଏ ସ୍ଥାନରେ ରହଥିଲେ। ମାତ୍ର ଆଜି ସକାଳୁ ଅଜିତ ପ୍ରଧାନଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ସେଠାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଜିତଙ୍କ ଶରୀରକୁ ବିଭିନ୍ନ ସ୍ଥାନରେ ଟାଙ୍ଗିଆରେହାଣି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଏହା ସହିତ ଅଜିତଙ୍କ ବାଇକଟି ମଧ୍ୟ ପୋଡ଼ିଯାଇଥିିବା ଅବସ୍ଥାରେ ଘଟଣାସ୍ଥଳରୁ ଜବତ କରାଯାଇଛିି। ଗତକାଲିି ରାତିରେ ତିନିଜଣ ସାଙ୍ଗ ଏକାଠି ଭୋଜି ଖାଇ ସାରିବା ପରେ ଏପରି କଣ ପରିସ୍ଥିତି ସୃଷ୍ଟି ହେଲା ଯେ ଦୁଇଜଣ ସାଙ୍ଗମିଶି ତୃତୀୟ ସାଙ୍ଗକୁ ଅତି ଜଘନ୍ୟଭାବେ ହତ୍ୟା କଲେ ସେ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଖବର ପାଇ ବାଉଁଶୁଣି ପୁଲିସ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ବୌଦ୍ଧ: ଭୋଜି ପରେ ଦୁଇ ସାଙ୍ଗମିଶି ତୃତୀୟ ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲେ!
/sambad/media/post_attachments/wp-content/uploads/2018/07/Murder-Graphic_Sword-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)