ଅଜଣା ଗାଡି ଧକ୍କାରେ ୨ ବନ୍ଧୁଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ରାଉରକେଲା/କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତ ମଣ୍ଡଯୋଡା ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ବନ୍ଧୁଙ୍କ ଜୀବନ ଯାଇଛି। ମୃତ ଦୁଇ ବନ୍ଧୁ ହେଲେ ଗଣୁଆ ମଣ୍ଡଯୋଡାର ସୁବାସ ମୁଣ୍ଡା, କଳିପଦାର ଗେରା ମୁଣ୍ଡା।  ଅନ୍ୟ ଜଣେ ବନ୍ଧୁ ସଲମାନ୍‌ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ କୋଇଡା ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଶବ କରି ରାସ୍ତାରୋକ କରିଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି। କୋଇଡା ପୁଲିସ ଦୁଇ ବନ୍ଧୁଙ୍କ ଶବ ଜବତ କରି ବ୍ୟବଚ୍ଛେ୍‌ଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ତିନି ବନ୍ଧୁ ସୁବାସ, ଗେରା ଓ ସଲମାନ୍‌ ଗୋଟିଏ ବାଇକ୍‌ (ଓଡି୦୯କେ୯୯୮୮)ରେ ଗଣୁଆ ଯାଉଥିଲେ। ସଲ୍‌ମାନ୍‌ ‌ମୋଟରବାଇକ୍‌ ଚଳାଉଥିଲେ। ମଣ୍ଡଯୋଡା ଛକ ନିକଟରେ ସମ୍ମୁଖ ଆଡୁ ଦ୍ରୁତ ଗତିରେ ଆସୁଥିବା ଅଜଣା ମାଲ୍‌ବୋଝେଇ ଗାଡି ତାଙ୍କ ମୋଟରବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଦୁଇ ବନ୍ଧୁ ସୁବାସ ଓ ଗେରା ତଳେ ପଡିଯିବାରୁ ଅଜଣା ଗଡି ଦୁହିଁଙ୍କ ଉପରେ ଚଢ଼ି ‌ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ସଲ୍‌ମାନ  ଗୁରୁତର ଆହତ ‌ହୋଇଥିଲେ। ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହୟତାରେ ସଲ୍‌ମାନଙ୍କୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା।

ସମ୍ବନ୍ଧିତ ଖବର