ତିନି ଫୁଟ ଗଭୀର ଗାତରେ ପଡ଼ି ପ୍ରାଣ ହାରିଲେ ୨ ଶିଶୁକନ୍ୟା

ଧନକଉଡା: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା କଳପଡାଠାରେ ପାଣିରେ ବୁଡି ଦୁଇ ଶିଶୁକନ୍ୟାର ଅକାଳ ବିୟୋଗ ଘଟିଛି । ମୃତ ଦୁଇ ଶିଶୁକନ୍ୟା ହେଲେ କଳପଡ଼ାର ଗଦନ ମହାନନ୍ଦଙ୍କ ଝିଅ ନିଶା (୫) ଓ ଭୀଷ୍ମ ଛାତ୍ରୀଆଙ୍କ ଝିଅ ଈଶାନା (୪)।

ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୮ଟା ସମୟରେ ଘର ପଛପଟେ ଉଭୟ ନିଶା ଓ ଈଶାନା ଖେଳୁଥିଲେ । କିନ୍ତୁ ଦିନ ସାଢେ ନଅଟା ସୁଦ୍ଧା ଘରକୁ ନ ଫେରିବାରୁ ଉଭୟଙ୍କ ଘରଲୋକେ ଖୋଜାଖୋଜି କରିଥିଲେ। ପରେ ବାଡ଼ି ପଟେ ଥିବା ଏକ ତିନିଫୁଟର ଗାତରେ ଉଭୟ ଶିଶୁ ପାଣିରେ ଭାସୁଥିବା ଦେଖୁବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ନିକଟସ୍ଥ ସିଆରପିଏଫ ଡାକ୍ତରଖାନାକୁ ନେଇଥିଲେ। ଶିଶୁ ଦୁଇ ଜଣ ଗୁରୁତର ଥିବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନା ନିଆ ଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର