ମକାବାଡ଼ିକୁ ଖେଳିବାକୁ ଯାଇଥିଲେ, ମଞ୍ଚାରେ ନିଆଁ ଲାଗି ଦୁଇ ଶିଶୁ କନ୍ୟା ଜୀବନ୍ତ ଦଗ୍ଧ

ନବରଙ୍ଗପୁର: ଝରିଗାଁ ବ୍ଲକର କାମସାହି ଗାଁରେ ରବିବାର ଦିନ ଏକ ମଞ୍ଚାରେ ନିଆଁ ଲାଗି ଦୁଇ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ସମୟରେ ୨ ଶିଶୁ କନ୍ୟା ମକାବାଡ଼ିର ମଞ୍ଚାରେ ଆଶ୍ରୟ ନେଇଥିଲେ। ସେମାନେ କୌଣସି ମତେ ନିଆଁର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଥିବାର ସୂଚନା ମିଳିଛି। ଏକ ଆକସ୍ମିକ ମୃତ୍ୟୁକୁ ନେଇ ଦୁଇ ପରିବାରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତର ଉପାନ୍ତ ମଇନାପଦର ନିକଟ ପଡା ଗାଁ କାମସାହିରେ ଆଜି ପବିତ୍ର ସାନ୍ତାଙ୍କ ୪ ବର୍ଷର ଶିଶୁ କନ୍ୟା ଏଲିନା ସାନ୍ତା ଓ ପବିତ୍ରଙ୍କ ଭାଇ ସାମସଂ ସାନ୍ତାଙ୍କ ୪ ବର୍ଷ ୨ ମାସର ଶିଶୁ କନ୍ୟା ସୁଜାତା ସାନ୍ତା ଘରେ କାହାକୁ ନ କହି ଘର ଠାରୁ ୩ଶହ ମିଟର ଦୂରରେ ମକା କ୍ଷେତରେ ଥିବା ମଞ୍ଚାକୁ ଯାଇଥିଲେ। ସେମାନେ ଖେଳୁଥିବା ବେଳେ କୌଣସି ମତେ ଉକ୍ତ ମଞ୍ଚାରେ ନିଆଁ ଲାଗିଯାଇଥିଲା। ଏହି ୨ ଶିଶୁ ନିଆଁରୁ ବର୍ତ୍ତୀ ପାରି ନ ଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଆସିବା ବେଳେ ୨ ଶିଶୁ କନ୍ୟାଙ୍କୁ ନିଆଁରେ ପୋଡିଯାଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର