ନିଆରା ପରମ୍ପରା: ଢେଙ୍କାନାଳ ଜିଲ୍ଲାର ଏହି ଗାଁରେ ‘ରଜ’, ଦୁଇ କୁଆଁରୀ ଝିଅଙ୍କ ବାହାଘର

କଙ୍କଡାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁସୁମୁଣ୍ଡିଆରେ ରଜରେ ନିଆରା ପରମ୍ପରାରେ ଦୁଇ କୁଆଁରୀଙ୍କ ବାହାଘର। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ରାଜ୍ୟ ଓଡ଼ିଆ ମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି । ପର୍ବ ଭିତରେ ରାଜା ହେଉଛି ରଜ ପର୍ବ ଏହି ରଜ ପର୍ବକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ଲୋକମାନେ ପାଳନ କରିଥାନ୍ତି ।

ସେହିପରି ନିଆରା ପରମ୍ପରା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କଣ୍ଟାପାଳ ଗ୍ରାମ ପଞ୍ଚୟତର କୁସୁମୁଣ୍ଡିଆ ଗାଁରେ ।ଏହି ଗାଁରେ ଦୁଇ କୁଆଁରୀ ଝିଅଙ୍କୁ ବାହାଘର କରିଥାନ୍ତି। ବାହାଘର ପରି ଏକ ସାମାଜିକ ପ୍ରଥାରେ ଯେଉଁ ରୀତିନୀତି ଓ ପରମ୍ପରା ଅନୁସାରେ କରା ଯାଇଥାଏ ଏହି କୁଆଁରୀ ବାହାଘର ସେ ସବୁ ଦେଖିବାକୁ ମିଳେ। ପ୍ରଥମ ରଜ ଦିନ କରା ଯାଇ ଥାଏ। ଏ ବର୍ଷ କରୋନା କଟକଣା ପାଇଁ ୫/୬ ଜଣ ମଧ୍ୟରେ ବାହାଘର ସମାପନ କରାଯାଇଛି ।

ସମ୍ବନ୍ଧିତ ଖବର