ଦୁଇ ନାତି ଦ୍ୱାରା ଦୁଷ୍କର୍ମର ଶିକାର ହେଲା ଜେଜେମା’

ଖଇରା: ସ୍ନେହଶ୍ରଦ୍ଧାରେ ଜେଜେମା’ ଦୁଇ ନାତିଙ୍କୁ କୋଳେଇ କାଖେଇ ବଢ଼େଇ ଥିଲା। ଏହି ନାତି ଦ୍ୱୟ ଦ୍ୱାରା ସେ ଦୁଷ୍କର୍ମର ଶିକାର ହେବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା। ଏମିତି ଏକ ଅଭାବନିୟ ଘଟଣା ଖଇରା ଥାନା ବର୍ତ୍ତନା ପଞ୍ଚାୟତର ଏକ ଗ୍ରାମରେ ଘଟିଛି।

ସୂଚନାଯୋଗ୍ୟ, ଖଇରା ଥାନା ବର୍ତ୍ତନା ପଞ୍ଚାୟତ ନିକଟସ୍ଥ ଏକ ଗ୍ରାମରେ ବସବାସ କରୁଥିବା ଉମାଲତା ଦାସ (ଛନ୍ମନାମ) (୭୦) ରାତିରେ ଖାଇ ସାରି ଘରେ ଶୋଇଥିଲେ। ଏକାକି ବୃଦ୍ଧା ମା’ ଶୋଇଥିବା ଦେଖି ଉମାଲତା ଦାସଙ୍କ ନିଜ ନାତି କାଳନ୍ଦୀ ଦାସ ଓ ଜଗନ ଦାସ ଦୁଇ ଜଣ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ବିଷୟରେ ଜେଜେମା’ଙ୍କୁ କହିବାକୁ ଲାଜ ଲାଗୁଥିଲେ ବି ସେ ଖଇରା ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉମାଲତାଙ୍କ ଅଭିଯୋଗ ପରେ ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ ୫୮/୧୯ ମାମଲା ରୁଜୁକରି ଜଣକୁ ଗିରଫ କରିବା ସହିତ ପୀଡିତାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଯାଇଛି। ଅନ୍ୟଜଣେ ଅଭିଯୁକ୍ତ ଆସାମୀ ଫେରାର ଏଯାବତ ଫେରାର ରହିଛି।

ସମ୍ବନ୍ଧିତ ଖବର