ରାଉରକେଲା: ରେଳବାଇ ଡିଏସ୍ପିଙ୍କ ବୋଲେରୋରେ ଗଞ୍ଜେଇ ଚାଲାଣ କରିବା ଦୁଇ ଜଣ କନେଷ୍ଟବଳଙ୍କୁ ମହଙ୍ଗା ପଡିଛି। ପୁଲିସ ଚାକିରିରେ ରହି କ୍ଷମତାର ଦୁରୁପଯୋଗ ସହ ବିଭାଗକୁ ବଦ୍ନାମ କରିଥିବାରୁ ରେଳବାଇ ଏସ୍ପି ତ୍ରିନାଥ କୁମାର ପଟେଲ ଆଜି ଦୁଇ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତ। ବହିଷ୍କାର ହୋଇଥିବା ୨ କର୍ମଚାରୀ ହେଲେ ଝାରସୁଗୁଡା ରେଳବାଇ ଡିଏସ୍ପି ରମାକାନ୍ତ ସାହୁଙ୍କ ଡ୍ରାଇଭର କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ତାଙ୍କର ସହଯୋଗୀ ଏପିଆର୍ କନେଷ୍ଟବଳ ଆର୍ଶିତ କୁମାର ପ୍ରଧାନ। ଦୁହେଁ ବର୍ତ୍ତମାନ ସମ୍ବଲପୁର ସର୍କଲରେ ଜେଲରେ ଅଛନ୍ତି। ଉଭୟ ପୁଲିସ ଗାଡି ବ୍ୟବହାର କରି ଏଭଳି ବେଆଇନ କାରବାର କରୁଥିବା ରେଙ୍ଗାଳି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୯ ରେ ଝାରସୁଗୁଡା ରେଳବାଇ ଡିଏସ୍ପି ରମାକାନ୍ତ ସାହୁଙ୍କୁ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ବୋଲେରୋରେ ଘରୁ ଅଫିସକୁ ଆଣିଥିଲେ। ମଧ୍ୟାହ୍ନରେ ଖାଇବାକୁ ପୁଣି ନେଇ ଘରେ ଛାଡିଥିଲେ। ଡିଏସ୍ପି ଶ୍ରୀ ସାହୁଙ୍କୁ ଛାଡିବା ପରେ କିଛି ନ କହି ସେହି ବୋଲେରୋ ଧରି ଗଞ୍ଜେଇ ଆଣିବାକୁ ସମ୍ବଲପୁର ବାହାରି ଯାଇଥିଲେ। ସମ୍ବଲପୁର ସହରରୁ ଜଣେ ମାଫିଆଙ୍କ ଠାରୁ ୨୧କେଜି ଗଞ୍ଜେଇ ବୋଲେରୋ ଲୋଡିଂ କରି ଝାସରୁଗୁଡା ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ରେଙ୍ଗାଳି ପୁଲିସ ବିଜୁ ଏକ୍ସପ୍ରେସ୍ ୱେରେ ଡିଏପିିଙ୍କ ବାଲେରୋକୁ ଅଟକ ରଖି ଯାଞ୍ଚ କରିଥିଲେ। ଗାଡିରୁ ୨୧ କେଜି ଗଞ୍ଜେଇ ଜବତ ହୋଇଥିଲା। କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ପାତ୍ରକୁ ଗିରଫ କରିବା ସହ ଡିଏସ୍ପିିଙ୍କ ବୋଲେରୋକୁ ଜବତ କରିଥିଲେ।
ପୁଲିସର ଜେରା ସମୟରେ ପୂର୍ଣ୍ଣଚନ୍ଦ୍ର ଏପିଆର୍ କନେଷ୍ଟବଳ ଆର୍ଶିତ କୁମାର ପ୍ରଧାନ ନାଁ ନେଇଥିଲେ। କହିଥିଲେ ଯେ, ଆର୍ଶିତ ସମ୍ବଲପୁର ଗଞ୍ଜେଇ ମାଫିଆଙ୍କ ସହ ଯୋଗାଯୋଗ କରିଥିଲେ। ସମ୍ବଲପୁର ଏକ ନିଛାଟିଆ ସ୍ଥାନରେ ଛିଡା ହୋଇଥିବା ମାଫିଆ ଠାରୁ ଗଞ୍ଜେଇ ନେଇ ଆସିବାକୁ ନେଇ ଆସିବାକୁ ତାଙ୍କୁ କହିଥିଲେ। ସେହି ଅନୁଯାୟୀ ଧରା ନ ପଡିବା ପାଇଁ ଡିଏସ୍ପିଙ୍କ ବୋଲେରୋ ନେଇ ଗଞ୍ଜେଇ ଆଣିବାକୁ ସମ୍ବଲପୁର ଯାଇଥିବା କଥା ପୁଲିସ ଆଗରେ କହିଥିଲେ। ପୂର୍ଣ୍ଣଚନ୍ଦ୍ରର ସୂଚନା ଆଧାରରେ ରେଙ୍ଗାଳି ପୁଲିସ ପର ଦିନ ଅର୍ଥାତ ଅଗଷ୍ଟ ୩୦ ତାରିଖରେ ଏପିଆର୍ ଆର୍ଶିତକୁ ଝାରସୁଗୁଡାରୁ ଗିରଫ କରିଥଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/police-suspended-06_thumb.jpg)